ସାହିତ୍ୟର ମାନ

ଓଡ଼ିଆ ସାହିତ୍ୟ

ସାହିତ୍ୟର ମାନ
ସ୍ମୃତିରେ ଥାଏ ଯେତେ ଭାଷା ତାହାକୁ କରିଲେ ଭରସା ସରଳ ହୁଏ ଲେଖା, କଥା ନ ଥାଏ ବେଶି ଅସ୍ପଷ୍ଟତା କିଂତୁ ଶବ୍ଦକୋଷରୁ ଆଣି ଦୁର୍ବୋଧ୍ୟ ଶବ୍ଦ ଦେଲେ ବୁଣି ଲେଖକ ଦେଖାଂତି ପାଂଡିତ୍ୟ ପାଠକେ ପାଆଂତିନି ହିତ ସରଳତମ ଶବ୍ଦ ବାଛି ଲେଖିଲେ ଭାଷା ରହେ ବଂଚି ଏ ତଥ୍ୟ ବ୍ୟାପକ ସ୍ବୀକୃତ ନ ଥାଏ ଭିନ୍ନ ମତାମତ ଅଯଥା ଶବ୍ଦ ଆଡ଼ଂବର ହୁଏନି କେବେ ହିତକର ସାହିତ୍ୟ ହୋଇଲେ ସୀମିତ ନ ହୁଏ ବିଶେଷ ଆଦୃତ ଗବେଷକ ଓ ଅଧ୍ୟାପକ ଶିକ୍ଷକ ଆଉ ସାଂବାଦିକ କଥାକାର ଓ ଆଲୋଚକ ଭାଷା-ଜଡ଼ିତ ସବୁ ଲୋକ ଏବେ ହୋଇଲେ ସାବଧାନ ରହିବ ସାହିତ୍ୟର ମାନ ଲେଖକ ପାଠକ ମଧ୍ୟରେ ସ୍ବଭାଷା ଯାତାୟାତ କରେ ଏବେ ତାହା ତ ହେଉନାହିଁ କେହି ନୁହଂତି କାହା ପାଇଁ ପରସ୍ପରକୁ ଛାଡ଼ିଦେଇ ଅଛଂତି ଅବସନ୍ନ ହୋଇ ଅନ୍ୟକୁ ଭାବି ଜ୍ଞାନହୀନ ଶୁଣାଂତି ଘଷରା ବଚନ ତେଣୁ ଘଟୁନି ଉନ୍ନୟନ ବୁଝିପାରୁନି କାହା ମନ ଏ ସ୍ଥିତି ନୁହେ ସୁଖକର ଲୋଡ଼ା ପଡ଼ୁଛି ପ୍ରତିକାର କେହି ବି ନ ହେଲେ ତତ୍ପର ଜଳଂତା କାଠ ହେବ ଖାର ପାଠକେ ଅଟଂତି ଗ୍ରାହକ ଲେଖକମାନେ ଉତ୍ପାଦକ ଉଭୟେ ହୋଇଲେ ସକ୍ରିୟ ନ ଥିବ ପରାଜୟ ଭୟ ପ୍ରଫୁଲ୍ଲ କୁମାର ତ୍ରିପାଠୀ

What's Your Reaction?

like

dislike

love

funny

angry

sad

wow